Headlines 6pm
ପୁରୀ: ସାଧାରଣଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲାଯିବ। ଶ୍ରଦ୍ଧାଳୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ କରିପାରିବେ ଦର୍ଶନ । ସାଧାରଣଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ନେଇ ଆଜିଠୁ ପର୍ଯ୍ୟାୟକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଅନୁଷ୍ଠିତ ହେବ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। ମତାମତ ସଂଗ୍ରହ ସହ ବିଚାର ବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ। ବିଭିନ୍ନ ନିଯୋଗ ଓ ବରିଷ୍ଠ ସେବାୟତଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ। ଆଜି ଏବଂ ଅକ୍ଟୋବର ୧୨ରୁ ୧୬ ପର୍ଯ୍ୟନ୍ତ ପ୍ରତିଦିନ ବିଚାର ବିମର୍ଶ ହେବ। କୋଭିଡ୍ ନିୟମଅନୁସାରେ ଭିଡିଓ କନଫରେନ୍ସିଂରେ ବୈଠକ ଅନୁଷ୍ଠିତ ହେବ ।