କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭଦ୍ରକ: ଆରଡି ପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଭୋର ୪ଟାରେ ମନ୍ଦିର ଚୂଡାକୁ ଉଠିଲା ମହାଦୀପ। ଭୋରରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, କନିକାରାଜାଙ୍କ ପହିଲି ଘର୍ଷଣ ଲାଗି ହେବା ପରେ ଦିନ ତମାମ ମନ୍ଦିର ସାହଣମେଲା କରାଯାଇଥିଲା, ସଂନ୍ଧ୍ୟା ୬ରୁ ୪ପ୍ରହର ନୀତି ଆରମ୍ଭ ହୋଇ ରାତ୍ର ୧୨ଟାରେ ସମ୍ପନ୍ନ ହୋଇଥିଲା।
ରାତି ଗୋଟାଏରେ ସୁନାବେଶରେ ବାବାମଣିଙ୍କୁ ଦର୍ଶନ କରିଥିଲେ ପୀଠର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ। ରାତି ଦେଢଟା ସୁଧା ମହାଦୀପ ପ୍ରସ୍ତୁତ କରାଯାଇ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହାଦୀପକୁ ଉତ୍ସର୍ଗ କରାଯାୟୀ ଭୋର ୪ ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା।