ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
କଟକ: ଆସନ୍ତାକାଲି କଟକ ସହରରେ ଖୋଲିପାରେ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ ଆଜି ସଂଧ୍ୟା ସୁଧା ସ୍ୱତନ୍ତ୍ର ଏସ.ଓ.ପି ଜାରୀ କରାଯିବ । କେଉଁ ସର୍ତ୍ତାବଳୀରେ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲାଯିବ ସେ ନେଇ ବିଜ୍ଞପ୍ତି ଜାରୀ ହେବ ବୋଲି କହିଛନ୍ତି ସି.ଏମ.ସି କମିଶନର ଅନନ୍ୟା ଦାସ । ଗତବର୍ଷ ମାର୍ଚ୍ଚ ମାସ ଠାରୁ କୋରନା ପାଇଁ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହୋଇଥିଲେ ।
ଏହାରି ମଧ୍ୟରେ ପୁରୀ, ଭୂବନେଶ୍ୱର, ଗଞ୍ଜାମ ଭଳି ଜିଲ୍ଲା ଓ ସହର ମାନଙ୍କରେ ଧର୍ମାନୁଷ୍ଠାନ ଖୋଲାଯାଇଥିବାରୁ କଟକରେ ମଧ୍ୟ ମନ୍ଦିର ଓ ଅନ୍ୟାନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି ଜୋର ଧରିଥିଲା । ଦୀର୍ଘ ୧୦ ମାସର ଅପେକ୍ଷାର ଅନ୍ତ ଘଟି ଆସନ୍ତାକାଲି କଟକରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଆଶା ବଢିଛି ।