ଜିଲ୍ଲାରେ ଗତ 24 ଘଣ୍ଟାରେ 80 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପୂର୍ବରୁ ତିନି ଦିନ ଧରି ଜିଲ୍ଲାରେ କରୋନା ପଜିଟିଭ ଯଥାକ୍ରମେ 9, 31 ଓ 20 ରହିଥିଲା। ନିର୍ଦ୍ଦେଶ ଅନୁଯାୟୀ, ଏହି 7 ଦିନ ଧର୍ମାନୁଷ୍ଠାନ ଗୁଡ଼ିକୁ ସାନିଟାଇଜ କରାଯିବ। ତା’ ସହ ଠାକୁରଙ୍କ ରୀତିନୀତି ପାଳନ ହେବ।
ଧର୍ମାନୁଷ୍ଠାନ ସହିତ ଜିଲ୍ଲାର ସମସ୍ତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ 7 ଦିନ ବନ୍ଦ ରହିବ। ସେହିପରି ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।