ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
କଟକ : ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ମନ୍ଦିର । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି । କରୋନା କଟକଣାରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଗତ 8 ତାରିଖରୁ ମନ୍ଦିର ଖୋଲିଥିବାବେଳେ ପ୍ରଥମ ଦିନରେ କୋଭିଡ ନିୟମ ଅନୁସାରେ ପୂଜକଙ୍କ ପରିବାର, 9 ଓ 10 ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ଦର୍ଶନ କରିସାରିଛନ୍ତି । ଆଜି ସର୍ବସାଧାରଣ ଦର୍ଶନ କରିପାରିବେ । ଗୋଟିଏ ଥରରେ 50 ଜଣ ଭକ୍ତ 6 ଫୁଟ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିବେ ।
କରୋନା କାରଣରୁ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ପୀଠ। ଫଳରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ଏନେଇ ୪ ଦିନ ପୂର୍ବେ ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ଧବଳେଶ୍ଵରଙ୍କ ମନ୍ଦିର ଖୋଲିବା ପାଇଁ ବୈଠକ ବସିଥିଲା ।