ପୁରୀ: ମୋ ଧାମ ମୋ ଗର୍ବ ଅଭିଯାନ ଅନ୍ତର୍ଗତ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଆଜିଠାରୁ ପ୍ରତ୍ୟେକ ଶନିବାର ହେବ ବଡଦାଣ୍ତ ସେବା। ପ୍ରତ୍ୟେକ ଶନିବାର ସକାଳ ୬.୩୦ରୁ୮.୩୦ଯାଏଁ ଏହି ବଡ଼ଦାଣ୍ଡ ସେବା କରାଯିବ। ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକ ମାନଙ୍କୁ ଆହ୍ବାନ ଦିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ, ମରିଚିକୋଟ ଛକରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଉକ୍ତ ପାଞ୍ଚଟି ସ୍ଥାନରେ ଏହି ସେବା ଆରମ୍ଭ କରାଯିବ ।
ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିବେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ପ୍ରାୟ ଦେଢ ହଜାର ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପରେ ଏହି ସଂଖ୍ୟାରେ ବୃଦ୍ଧି ହେବ ।