ଗରୁଡ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ଭାବରେ ଆମେ ଚିତ୍ରରେ ଦେଖିଛେ। ଗ୍ରନ୍ଥ ଅନୁସାରେ କଶ୍ୟପ ୠଷି ଥିଲେ ଗରୁଡଙ୍କ ପିତା। ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ। କଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ତାଙ୍କର ଇଚ୍ଛା ପଚାରିଥିଲେ। ସେମାନଙ୍କ ଇଚ୍ଛା ମୁତାବକ ବିନତାଙ୍କୁ ଦୁଇଟି ପୁତ୍ର ଓ କଦରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ସନ୍ତାନ ବରଦାନ ଦେଇଥିଲେ। ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ୱରୁପ ଏକ ବିରଳ ଶିଶୁ ଥିଲା, ଏବଂ ଯାହାକୁ ଗରୁଡ ନାମରେ ନାମରେ ନାମିତ କରାଗଲା।
ସ୍ୱର୍ଗରେ ଯୁଦ୍ଧବେଳେ ଦେବତାମାନେ ଅସୁରଙ୍କଠାରୁ ପାଇଥିବା ଅମୃତଭଣ୍ଡାର ହାଣ୍ଡିକୁ ଛଡ଼ାଇ ନେଇଥିଲେ କାରଣ ସେ ନିଜ ମାଙ୍କୁ ସାପର ମାତା କଦ୍ରୁଙ୍କ ଦାସତ୍ୱରୁ ମୁକ୍ତ କରିବାକୁ ଚାହୁଁଥିଲେ। କଦ୍ରୁ ପ୍ରସ୍ତାବ ଦେଇଥିଲେ ଯେ, ଯଦି ତୁମେ ମୋ ପୁଅମାନଙ୍କ ପାଇଁ ଅମୃତଭାଣ୍ଡ ଆଣିବ, ତୁମେ ମା ଦାସତ୍ୱରୁ ମୁକ୍ତ ହେବ। ଗରୁଡ ଅମୃତହାଣ୍ଡି ନେଇ କଦ୍ରୁଙ୍କ ନିକଟରେ ପହଞ୍ଚି ତାଙ୍କୁ କହିଥିଲେ- ମା! ମୋର ପ୍ରତିଜ୍ଞା ଅନୁଯାୟୀ, ମୁଁ ଅମୃତହାଣ୍ଡି ଆଣିଛି। ଏବେ ତୁମେ ତୁମେ ତୁମ କଥା ରଖି ମୋ ମାଙ୍କୁ ମୁକ୍ତ କର। ତାପରେ କଦ୍ରୁ ବିନତାଙ୍କୁ ମୁକ୍ତ କରି ଦେଇଥିଲେ। ପରଦିନ ସକାଳେ ସେହି ସ୍ଥାନ ଛାଡି ସାପମାନଙ୍କୁ ଅମୃତଭାଣ୍ଡ ଖାଇବାକୁ ଦେଇଥିଲେ। ଆଉ ରାତିରେ ଏକ ଉପଯୁକ୍ତ ସୁଯୋଗ ଦେଖି ଇନ୍ଦ୍ର ଅମୃତହାଣ୍ଡିର ପାତ୍ର ଦେବଲୋକକୁ ଫେରାଇ ଆଣିଲେ। ସକାଳେ ନାଗ ସେଠାରେ ପହଞ୍ଚି ଦେଖେ ତ ଅମୃତ ହାଣ୍ଡି ଆଉ ନାହିଁ। ସାପଟି ଯେଉଁ କୁଶ ଉପରେ ଅମୃତଭାଣ୍ଡ ରଖାଯାଇଥିଲା ସେହି କୁଶକୁ ଚାଟିବା ଆରମ୍ଭ କଲା, ଯେଉଁ କାରଣରୁ ସାପର ଜିଭ ଦୁଇ ଫାଳ ହୋଇଗଲା। ମାଆଙ୍କ ପ୍ରତି ଗରୁଡଙ୍କ ଭକ୍ତି ଦେଖି ଭଗବାନ ବିଷ୍ଣୁ ଗରୁଡଙ୍କ ଆଗରେ ଉଭା ହେଲେ- ଆଉ ଗରୁଡ଼କୁ ବାହାନ ରୂପେ ରହିବାକୁ ଅନୁରୋଧ କରିଥିଲେ। ସେବେଠୁ ପକ୍ଷୀରାଜ ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିଲେ।
ହିନ୍ଦୁଧର୍ମର ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ଅଥବା ଗରୁଡ ପ୍ରତିମୂର୍ତ୍ତି ପୂଜାପାଏ। ଏପରିକି ମହାଭାରତରେ ଲେଖାଯାଇଛି ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସୈନ୍ୟବାହିନୀକୁ ଗରୁଡସେନା ନାମରେ ନାମିତ କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ତାଙ୍କ ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ। ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକାରେ ମଧ୍ୟ ଗରୁଡ ଚିହ୍ନ ଶୋଭାପାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର