ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ପୁରୀ: ଏଣିକି ସବୁ ଦିନ ଜଗା ଦର୍ଶନ ହେବ। ରବିବାର ଶ୍ରୀମନ୍ଦିର ବନ୍ଦ ରହିବନି। ଭକ୍ତଙ୍କ ଫିଡ଼ ବ୍ୟାକ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ସପ୍ତାହର ତିନି ରାତିରେ ଶ୍ରୀମନ୍ଦିର ସାନିଟାଇଜ ହେବ ।
ତେବେ ଦର୍ଶନ ପାଇଁ ଯେଉଁଭଳି ଭକ୍ତ ଯାଉଛନ୍ତି ସେହି ବ୍ୟବସ୍ଥା ରହିବ। ଶ୍ରୀମନ୍ଦିରରୁ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ଭକ୍ତ ବାହାରି ପାରିବେ। 12ତାରିଖ ରୁ ନୂଆ ବ୍ୟବସ୍ଥା ଲାଗୁହେବ। ଆନନ୍ଦ ବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ।
ଭକ୍ତ ପଦ୍ମ ବେଶ ଦର୍ଶନ ପାଇପାରିବେ। ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି 6ଟାରୁ ଆରମ୍ଭ ହେବ। ଭକ୍ତଙ୍କ ଗହଳିକୁ ଦେଖି ମଧ୍ୟ ପୂର୍ବରୁ ଦର୍ଶନ ବ୍ୟବସ୍ଥା କରାଯାଇପାରେ। ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯାହଠୁ ପଲିଥିନ ମିଳିବ 100ଟଙ୍କା ଫାଇନ ଆଦାୟ କରାଯିବ।