ଧାର୍ମିକ ବିଶ୍ୱାସ ଅନୁଯାୟୀ ମା ସନ୍ତୋଷୀଙ୍କ ପୂଜା ପୁରା ଶ୍ରଦ୍ଧା, ଭକ୍ତିରେ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ। ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଏହି ଦିନ, ସନ୍ତୋଷୀ ମାଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ବ୍ରତ ରଖି ପୂଜା କରିଥାନ୍ତି । ଏହା ଦ୍ୱାରା ସନ୍ତୋଷୀ ମାଙ୍କ କୃପା ଭକ୍ତଙ୍କ ଉପରେ ରହିଥାଏ ଏବଂ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହି ବ୍ରତ ‘ଷୋହଳ ଶୁକ୍ରବାର ବ୍ରତ’ ଭାବେ ସମଗ୍ର ଭାରତରେ ପ୍ରସିଦ୍ଧ ଓ କାରଣ ବ୍ରତଧାରୀମାନେ କ୍ରମାଗତ ଭାବେ ୧୬ଟି ଶୁକ୍ରବାରରେ ଉପବାସ ପାଳନ କରିଥା‘ନ୍ତି ଓ ମା'ସନ୍ତୋଷୀଙ୍କୁ ପୂଜା କଲେ ସୁଖ, ଶାନ୍ତି ପ୍ରାପ୍ତି ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଯେକୌଣସି ମାସର ଶୁକ୍ଳପକ୍ଷରୁ ଏହି ବ୍ରତ ଆରମ୍ଭ କରାଯାଇଥାଏ । ଏହିଦିନରେ ଶୁଭ୍ର-ଶ୍ୱେତ ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ ଓ ଏହି ଉପବାସରେ କିଛି ଜିନିଷ ନିଷେଧ ଥାଏ । ମା’ ସନ୍ତୋଷୀଙ୍କ ଉପବାସ ସମୟରେ ଭକ୍ତ ଖଟା ଖାଇବା ଉଚିତ୍ ନୁହେଁ । ଏହି ଦିନ ଖଟା ଜିନିଷ ବଣ୍ଟନ କରିବା ବି ଉଚିତ୍ ନୁହେଁ । ଏହାସହ ଏହି ଦିନ ଆମିଷ ବି ଖିଆଯାଏନି।
ସକାଳେ ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧନ୍ତୁ । ଘରେ ପୂଜା ସ୍ଥାନକୁ ଯାଇ ବ୍ରତର ସଂକଳ୍ପ କରି ମା’ ସନ୍ତୋଷୀଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସଂସ୍ଥାପନ କରନ୍ତୁ । ଏହା ପରେ ତମ୍ବାର ଏକ କଳସ ସ୍ଥାପନା କରନ୍ତୁ । ପୁରା ଶ୍ରଦ୍ଧାର ସହିତ ମା ସନ୍ତୋଷୀଙ୍କ ପୂଜା କରନ୍ତୁ । ସନ୍ତୋଷୀ ମା’ଙ୍କ ବ୍ରତ କଥା ପଢନ୍ତୁ କିମ୍ବା ଶୁଣନ୍ତୁ ଏହା ପରେ ମା’ଙ୍କୁ ଆଳତୀ କରନ୍ତୁ । ମା’ଙ୍କୁ ଭୋଗ ଲଗାନ୍ତୁ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।