କେଦାରନାଥ ଧାମର ଉଚ୍ଚ ଶିଖରଗୁଡିକଏବେ ପୁରାପୁରି ବରଫରେ ଆଚ୍ଛାଦିତ ହୋଇଛି। କେଦାରନାଥଙ୍କ ସହ ବଦ୍ରିନାଥ ମନ୍ଦିର ନିକଟରେ ମଧ୍ୟ ତୁଷାରପାତ ହୋଇଛି। ପାହାଡରେ ଲଗାତାର ତୁଷାରପାତ ହେତୁ ସମଗ୍ର ବଦ୍ରିପୁରୀ ଏକ ଶୀତଳ ତରଙ୍ଗ ରେ ଆଚ୍ଛାଦିତ ହୋଇଛି। ଉଚ୍ଚ ପାହାଡରେ ତୁଷାରପାତ ହେବାଦ୍ୱରା ଦିଲ୍ଲୀ, ଶ୍ରୀନଗର ଭଳି ସହରଗୁଡ଼ିକରେ ଥଣ୍ଡା ଅନୁଭୂତ ହେଉଛି। ବଦ୍ରିନାଥରେ ଶନିବାର ବିଳମ୍ବିତ ରାତିରେ ତାପମାତ୍ରା ହ୍ରାସ ପାଇ ରେକର୍ଡ ହୋଇଥିଲା। ଥଣ୍ଡା ହେତୁ ଧାମର ଚାରିପାଖରେ ଥିବା ଛୋଟ ଛୋଟ ଝରଣା ର ସ୍ରୋତ ମଧ୍ୟ ବନ୍ଦ ହୋଇଛି।
ଲକଡାଉନ ପରେ ଗତମାସ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 1 ଲକ୍ଷ ଭକ୍ତ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ମହାମାରୀକୁ ନଜରରେ ରଖି ସାନିଟାଇଜେସନ୍ ଏବଂ ଭକ୍ତଙ୍କ ଥର୍ମାଲ୍ ସ୍କାନିଂ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ହୋଇଥିବା ଚମୋଲି ଡିଏମ ସ୍ୱାତି ଭଦୋରିଆ କହିଛନ୍ତି।