ଭୁବନେଶ୍ଵର : ଆଜିଠୁ ରାଜଧାନୀବାସୀଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ । କୋଭିଡ କଟକଣା ଅନୁଯାୟୀ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦା ବାବାଙ୍କୁ ଦର୍ଶନ କରିବେ। ଏଥିପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି। ସେହିପରି ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ଏହାପରେ ୬ ତାରିଖରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ଲାଗୁ ହେବ । ମନ୍ଦିର ଭିତରକୁ ପ୍ରବେଶ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
ସେପଟେ ଆଜି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ ମନ୍ଦିର ଖୋଲିଛି। ପ୍ରଥମ ଦିନରେ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ସେବାୟତଙ୍କ ପରିବାରର କୋଭିଡ ଟେଷ୍ଟ ହୋଇଥିଲା। ଏହାପରେ ଆସନ୍ତାକାଲି ଠାରୁ ଜିଲ୍ଲାବାସୀ ବାବାଙ୍କ ଦର୍ଶନର ସୁଯୋଗ ପଇାବେ। ସେହିପରି ଆସନ୍ତା ୧୪ ତାରିଖରୁ ସମସ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।