ତେବେ ଏହି ଥର ପଞ୍ଚୁକ 6 ଦିନ ପଡୁଥିବାରୁ ଆସନ୍ତା 27 ତାରିଖରେ ଚତୁର୍ଦ୍ଧାବିଗ୍ରହ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଶୃଙ୍ଖଳିତ ଭାବରେ ନୀତିକାନ୍ତି କରାଯିବ। ସଠିକ ସମୟରେ ବେଶ ସମ୍ପର୍ଣ୍ଣ କରାଯିବ। ହରଚଣ୍ଡୀ ସାହି ଚକ୍ରକୋଟ ଯାଗାରୁ ପାଟ ପଟୁଆର ଘଣ୍ଟଛତା କାହାଳୀ ସହ ଶୋଭାଯାତ୍ରାରେ କିପରି ଶୃଙ୍ଖଳିତ ଭାବରେ ବେଶ ଅଣାଯିବ।
ଦ୍ବାରଫିଟା ଠାରୁ ବେଶ ଆରମ୍ଭ ଏବଂ ବେଶ ଏବଂ ନୀତି ସମ୍ପର୍ଣ୍ଣ ଯେପରି ବିଶୃଙ୍ଖଳିତ ନହେବ ତାହା ଉପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ, ଏସ୍ ପି, ପରିଚାଳନା କମିଟି ସଦସ୍ୟ, ବେଶ ସହ ସମ୍ପୂକ୍ତ ଥିବା ବରିଷ୍ଠ ସେବାୟତଙ୍କ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହେବ।
ନୀତିକାନ୍ତି ସହ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଶୋଭାଯାତ୍ରାରେ ବେଶ ଆସୁଥିବା ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବ।