ଏବେ ମଧ୍ୟ ଶିଗିରୀୟର ଏହି ପାହାଡ଼ ଉପରେ ଏକ ରାଜମହଲର ଭଗ୍ନାବଶେଷ ରହିଛି । ଏବଂ ଏଠାରେ ସ୍ନାନ କରିବା ପାଈଁ ପୋଖରୀ, ବୁଲିବା ପାଇଁ ବଗିଚା , ପାଣିର ବ୍ୟବସ୍ଥା ମଧ୍ୟ ରହିଛି। ତା ବ୍ୟତୀତ ଏଠାରେ ଅନେକ ଗୁମ୍ଫା ମଧ୍ୟ ରହିଛି। ଏହି ଗୁମ୍ଫାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେଉଁଠାରେ ରାବଣ ସୀତାଙ୍କୁ ଅପହରଣ କରି ରଖିଥିଲା। ଗୁମ୍ଫାର କାନ୍ଥରେ ଅନେକ ଚିତ୍ର ରହିଛି, ଯାହା ରାମାୟଣ ଯୁଗର ବୋଲି କୁହାଯାଏ| ଏହା ବ୍ୟତୀତ, ଅନେକ ମହିଳାଙ୍କ ଚିତ୍ର ମଧ୍ୟ ରହିଛି ଯାହା ରାବଣର ଅନେକ ପତ୍ନୀଙ୍କ ଚିତ୍ର ବୋଲି ବିଶ୍ୱାସ କରାଯାଏ ।
ସହରଠାରୁ ଦୂରରେ ଏବଂ ପାହାଡ଼ ଉପରେ ଏହି ମହଲ ଥିବାରୁ ଲୋକଙ୍କୁ ଏହି ସ୍ଥାନକୁ ଯିବାକୁ ବେଶ୍ କଷ୍ଟ ହୁଏ। ଏହି ମହଲକୁ ଚଢ଼ିବାକୁ ହେଲେ ପ୍ରାୟ ଏକ ହଜାର ପାହାଚ ଦେଇ ଯିବାକୁ ପଡିବ ।
ଅଧିକ ପଢନ୍ତୁ ଭାରତ ଖବର.