ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ରାୟଗଡା : ରାୟଗଡାରେ ଆସନ୍ତା 4ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଗୁଡିକରେ ଏକାଥରକେ 10 ଜଣ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ତେବେ ମକର ସଂକ୍ରାନ୍ତିରେ ଅଧିକ ଭକ୍ତଙ୍କ ସମାଙ୍ଗମକୁ ଦୃଷ୍ଟିରେ ରଖି ଭିଡ ଏଡେଇବା ପାଇଁ 12 ରୁ 17 ଯାଏଁ ମଝିଘରିଆଣୀ ମନ୍ଦିର ବନ୍ଦ ରହିବ। ଏନେଇ ରାୟଗଡା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କରୋନା ପାଇଁ ଦୀର୍ଘ 9 ମାସ ହେବ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା। ଏବେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରୁ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।