ଶୁକ୍ରବାର ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ। ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏନେଇ ଗଜପତି ମହାରାଜାଙ୍କ ସହଯୋଗ ଲୋଡ଼ିଥିଲେ ଧର୍ମେନ୍ଦ୍ର । ଏପରି ହେବା ଦ୍ବାରା ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ପ୍ରତ୍ୟେକ ହିନ୍ଦୁ ଓ ସାଢ଼େ ୪ କୋଟି ଓଡ଼ିଆ ସେବା କରିବାର ସୁଯୋଗ ପାଇବେ। ପ୍ରସ୍ତାବିତ ଅଭିଯାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସେତୁ ପାଲଟିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟରେ ସମନ୍ୱୟ ରକ୍ଷା ଲାଗି ଗଜପତି ମହାରାଜଙ୍କୁ ଚିଠିରେ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର।