ମୟୂରଭଞ୍ଜ: ମାଟି ଖୋଳୁ ଖୋଳୁ ଉଦ୍ଧାର ହେଲେ ମହାଦେବ । ଗୋଟିଏ କି ଦୁଇଟି ନୁହଁ 7ଟି ଶିବଲିଙ୍ଗ ଉଦ୍ଧାର କରାଯାଇଛି । ଏହି ଶିବ ଲିଙ୍ଗ ସବୁ 15ଶହ ବର୍ଷ ପୁରୁଣା ବୋଲି କହିଛି ପ୍ରତ୍ନତତ୍ତ୍ବ ବିଭାଗ । ଓଡିଶା ଓ ଝାରଖଣ୍ଡ ସୀମା ନିକଟରେ ବେନିସାଗରରୁ ଏହି ମୂର୍ତ୍ତି ସବୁ ଉଦ୍ଧାର କରାଯାଇଛି ।
ପୂର୍ବରୁ ଏହି ସ୍ଥାନ ଝାରଖଣ୍ଡରେ ଥିଲା । ରାଜ୍ୟ ବିଭାଜନ ହେଲା ପରେ ପ୍ରଥମେ ବିହାର ରାଜ୍ୟ ତାପରେ ଝାରଖଣ୍ଡ ରାଜ୍ୟ କୁ ସ୍ଥାନାନ୍ତରିତ ହେଇଥିଲା । ପ୍ରତ୍ନତତ୍ତ୍ବ ବିଭାଗ ମତ ଅନୁଯାୟୀ ଖିଚିଂରେ ଯେଉଁ ପୁରାତନ ମୃତ୍ତି ଗୁଡିକ ଉଦ୍ଧାର କରାଯାଇଛି ସେହିଭଲି ମୃତ୍ତି ଗୁଡିକ ବେନିସାଗାରରେ ମଧ୍ୟ ଦେଖିବାକୁ ମିଳୁଛି ।
ବେନିସାଗାରରେ ବିଭିନ୍ନ ପ୍ରକାରଦେବା ଦେବୀ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମିଳୁଥିବାରୁ ଭାରତ ସରକାରଙ୍କ ତରଫରୁ ଚତୁରପାର୍ଶ୍ୱ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ବେନିସାଗାରରେ ଏକ ପୁରାତନ ମୃର୍ତ୍ତି ଓ ଅନ୍ୟାନ୍ୟ ଜିନିଷ କୁ ନେଇ ଏକ ସଂଗ୍ରହାଳୟ କରାଯାଇଛି । ପ୍ରାକୃତିକ ପରିବେଶ ସହିତ ଦୁଇଟି ବଡ଼ ପୁଷ୍କରିଣୀ ଥିବାରୁ ସୌନ୍ଦର୍ଯ୍ୟକୁ ଦିଗୁଣିତ କରୁଛି ।
ଏବେ ପିକନିକ ଋତୁ ଥିବାରୁ ଚଳଚଞ୍ଚଳ ହୋଇପଡିଛି ବେନିସାଗର । ଏଠାରେ ବୁଲିବା ସହିତ ଇତିହାସ ବିଷୟରେ ଜାଣିବା ପାଇଁ ଦେଶ ଓ ବିଦେଶରୁ ର ପର୍ଯ୍ୟଟକ ଙ୍କ ସୁଅ ଛୁଟୁଛି । ମୟୁରଭଞ୍ଜ ମହାରାଜା ଖିଚିଂ ରେ ଶକ୍ତି ପୂଜା କରୁଥିବା ବେଳେ ବେନିସାଗାରରେ ଶୈବ ପୂଜା କରୁଥିଲେ ।
ଏବେ ବି ଅନେକ ଶିବ ଲିଙ୍ଗ ଉଦ୍ଧାର ହେଇଥିବା ବେଳେ ଆହୁରି ଅନେକ ମୂତ୍ତି ବାହାରିବାର ସମ୍ଭାବନା ରହିଛି । ତେବେ ଦେଖିବାକୁ ବାକି ରହିଲା ଏହି ପର୍ଯ୍ୟଟନ ସ୍ଥଳୀକୁ ସରକାରଙ୍କ ଶୁଭ ଦୃଷ୍ଟି କେବେ ପଡିବ ଏବଂ ଏହି ଅଞ୍ଚଳକୁ ଗମନା ଗମନ ପାଇଁ ରାସ୍ତା ର ବ୍ୟବସ୍ଥା କରୁଛନ୍ତି ଦେଖିବାକୁ ବାକିରହିଲା ।