କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଯାଜପୁର: ପୁଣି ନଦୀ କୂଳରୁ କଳା ମୁଗୁନିର ଏକ ବାସୁଆ ବଳଦ ଏବଂ ଶିବଲିଙ୍ଗ ସହ ଭଗ୍ନ ଅବସ୍ଥାରେ ଗୋଟିଏ ମା’ ଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି । ଯାହାକୁ ଦେଖିବା ପାଇଁ ସକାଳୁ ସକାଳୁ ବୈତରଣୀ ନଦୀ କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।
କିଛି ଦିନ ପୂର୍ବେ ସିଧେଶ୍ୱର ମନ୍ଦିର ନିକଟରୁ ପୁରାତନ ମନ୍ଦିର ଓ ଶିବ ଲିଙ୍ଗ ଦେଖା ଯାଇଥିଲା । ନଦୀ ଗର୍ଭରୁ ଆବିର୍ଭାବ ହେଉଥିବା ପ୍ରତି ମୂର୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ପ୍ରତ୍ନତତ୍ୱ ବିଭାଗ ପ୍ରାଚୀନ କୀର୍ତି ଉପରେ ନଜର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନଦୀ ଗର୍ଭରେ ଅନେକ ପ୍ରାଚୀନ କୀର୍ତ୍ତି ପୋତି ହୋଇ ରହିଥିବା ଅନୁମାନ କରାଯାଉଛି ।
ସେପଟେ ଆଜି ସକାଳୁ ଏଭଳି ମୂର୍ତ୍ତି ସହ ବାସୁଆ ବଳଦକୁ ଦେଖି ନଦୀ କୂଳରୁ ଆଣି ଏକ ମନ୍ଦିର ସମ୍ମୁଖରେ ଥିବା ବରଗଛ ମୂଳେ ରଖି ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି ।