ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
କଟକ: ଆସନ୍ତାକାଲି ଠାରୁ କଟକରେ ସମସ୍ତ ମନ୍ଦିର ଖୋଲିବ। ଏ ନେଇ ସିଏମସି SOP ଜାରି କରିଛି। ସମସ୍ତ ମନ୍ଦିରରେ ଭକ୍ତ ମଧ୍ୟରେ ଦୂରତା ରହିବ। କୋଭିଡ କଟକଣା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ। ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ମନ୍ଦିର ଛେପ ପକାଇଲେ ତଣ୍ଡ ଗଣିବାକୁ ପଡିବ।
ଭକ୍ତଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା ରହିବ। ସମସ୍ତ ମନ୍ଦିର ଅନୁଷ୍ଠାନ ନିୟମିତ ପରିଷ୍କାର କରାଯିବ। ବୟସ୍କ ବ୍ୟକ୍ତି, ଛୋଟ ପିଲାଙ୍କୁ ଗହଳିରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।