ମୁଖ୍ୟ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ସରକାରଙ୍କର ଏ ଚକ୍ରାନ୍ତ
ପୁରୀ: ଏଣିକି ସହଜ ହେବ ଶ୍ରୀ ଜିଉଙ୍କ ଦର୍ଶନ । ମରିଚିକୋଟଠାରୁ ବ୍ୟାରିକେଡ ହଟାଇ ଦିଆଯାଇଛି । ଏବେ ଭକ୍ତମାନେ ସ୍ଥାୟୀ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ । ପୂର୍ବରୁ ମାର୍କେଟ ଛକଠାରୁ ମରିଚିକୋଟ ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଥିଲା ।
ଆଗକୁ ସରସ୍ୱତୀ ପୂଜା ଥିବାରୁ ନୟାଗଡ଼ ବନଖଣ୍ଡରୁ ରଥ କାଠ ଆସିବ। ରଥକାଠ ଆସିଲେ ସମସ୍ୟା ହେବ । ଏହାକୁ ଦୃଷ୍ଟିରେ ରଖି ଓ ଭକ୍ତଙ୍କ ସହଜ ଦର୍ଶନ ପାଇଁ ବ୍ୟାରିକେଡକୁ ହଟାଇ ଦିଆଯାଇଥିବା କହିଛନ୍ତି ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ।