ହତ୍ୟା ଘଟଣା ପଛରେ ପ୍ରେମ ସଂପର୍କ ସୂଚନା...
ଭୁବନେଶ୍ୱର: ଆଜି ପବିତ୍ର ସରସ୍ବତୀ ପୂଜା । ଧରାବତରଣ କରିବେ ବିଦ୍ୟାଦାୟିନୀ ମା ସରସ୍ଵତୀ। ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ମା ସରସ୍ବତୀଙ୍କ ପୂଜା ବେଶ ଧୂମଧାମରେ ପାଳନ କରାଯାଇଥାଏ। ପୂଜା ସାଙ୍ଗକୁ ଜମେ ଭୋଜି ଭାତର ଆସର। କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ ସମସ୍ତ ପୂଜା ପାର୍ବଣକୁ ଫିକା କରିଥିବା ବେଳେ ସରସ୍ବତୀ ପୂଜା ମଧ୍ୟ ଫିକା ପଡିବାକୁ ଯାଉଛି। କାହିଁକି ନା ଶିକ୍ଷାନୁଷ୍ଠାନରେ ପୂଜା କରିବାକୁ ବାରଣ କରିଛି ଗଣଶିକ୍ଷା ବିଭାଗ ।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କରେ ସରସ୍ବତୀ ପୂଜା ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଘୋଷଣା କରିଥିଲେ ବିଭାଗୀୟ ମନ୍ତ୍ରୀ ସମୀର ଦାସ। ସରସ୍ବତୀ ପୂଜା ଘରେ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।