ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତି ଅକ୍ଟୋବର ଶେଷ ସପ୍ତାହରେ ହେବ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ଅକ୍ଟୋବର 26ରେ ପୂଜା ପଡୁଥିବା ହେତୁ ଅକ୍ଟୋବରରେ ବିଦ୍ୟାଳୟ ଗୁଡିକ ବନ୍ଦ ରହିବ। ଅକ୍ଟୋବରର କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରି ନଭେମ୍ବରରେ ବିଦ୍ୟାଳୟ ଖୋଲାଯିବ କି ନାହିଁ ସେ ବିଷୟରେ ଧ୍ୟାନ ଦିଆଯିବ। ମହାମାରୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦିଆଯିବ।
ଆସନ୍ତା ଅକ୍ଟୋବର ୧୫ରୁ ନିୟମିତ ବ୍ୟବଧାନରେ ଦେଶରେ ସ୍କୁଲ ଖୋଲିବ। ତେବେ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ପିତାମାତାଙ୍କ ଲିଖିତ ସମ୍ମତି ସହ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପାଠ ପଢି ପାରିବେ। ବିଦ୍ୟାର୍ଥି ମାନେ ସ୍କୁଲ ଯିବା ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ ଚୟନ କରିପାରିବେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ପରିବେଷଣ ପାଇଁ ସତର୍କତା ରହିବ। ସ୍କୁଲ ଖୋଲିବର ଦୁଇ-ତିନି ସପ୍ତାହ ପର୍ଯ୍ୟନ୍ତ କୌଣସି ଆସାଇନମେଣ୍ଟ ଦିଆଯିବ ନାହିଁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନୁକୂଳ ପରିସ୍ଥିତ ସୃଷ୍ଟି କରିବା ଉଦେଶ୍ୟରେ ପେନ୍-ପେପର ପରୀକ୍ଷା ଅପେକ୍ଷା ବିଭିନ୍ନ ଫର୍ମାଟରେ ମୂଲ୍ୟାଙ୍କନ ହେବ।