ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରା ଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି ।
ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ । ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ ରହି ଥିଲା। ମାତ୍ର ଏହାକୁ ଅଗଷ୍ଟ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଫାରମାସିଉଟିକାଲ ସାଇନସସ, ମ୍ୟାନେଜମେଣ୍ଟ, ନର୍ସିଂ, ଏଗ୍ରିକଲଚର, ଲ ଏବଂ ହୋଟେଲ ମ୍ୟାନେଜମେଣ୍ଟ ର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଆଡ଼ମିସନ ନିମନ୍ତେ ଏହି ପରୀକ୍ଷା ପରିଚାଳନା କରାଯାଉଛି ।
ସୋଆର ଆଡ଼ମିସନ ଅଧିକାରୀ ମେରିଟ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ |
ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ସାଟ ର ଫଳାଫଳ ଓ ଜେଇଇ ମେନ ର ସ୍କୋରକାର୍ଡ ଅନୁଧ୍ୟାନ କରାଯିବ | ମେଡିକାଲ ସାଇନସେସ ଓ ଡେଣ୍ଟାଲ ସାଇନସେସ ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ନୀଟ ପରୀକ୍ଷାର ସ୍କୋର କାର୍ଡ କୁ ଅନୁଧ୍ୟାନ କରାଯିବ ବୋଲି ସୋଆ ପକ୍ଷରୁ ସୂଚନା ଦିଆ ଯାଇଛି |
ସୋଆ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ଆଡ଼ମିସନ ନିମନ୍ତେ ଯଥାକ୍ରମେ 15 ପ୍ରତିଶତ ଓ 7.5 ପ୍ରତିଶତ ସିଟ ସଂରକ୍ଷିତ ରଖାଯାଇଛି । ସେହିପରି ମହିଳାଙ୍କ କ୍ଷେତ୍ରରେ 30 ପ୍ରତିଶତ ସଂରକ୍ଷଣ ରହିଥିବା ପ୍ରେସ ବିଜ୍ଞପ୍ତି ରେ ସୂଚନା ଦିଆ ଯାଇଛି ।