ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ଯ୍ୟାୟରେ ହେବ ଆଡ଼ମିଶନ। ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ନିଜ ଫୋନ୍ ନମ୍ୱର୍ ଓ ଇମେଲ ଆଇଡି ଦେଇ, ଇ-ଆଡ଼ମିଶନ ଲାଗି ଆବେଦନ କରିବେ । ଆବେଦନ ସମୟରେ ଏଣିକି ଆଉ ମାର୍କ ସିଟ୍ କି ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି । ଆଡ଼ମିଶନ ସମୟରେ ଏସବୁ ଯାଞ୍ଚ କରାଯିବ ।
ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ । କଲେଜ୍ ଗୁଡିକ ସାମସ୍ ପୋର୍ଟାଲରେ ନିଜ ନିଜର ଆଡ଼ମିଶନ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି କଲେଜ୍ କର୍ତ୍ତୃପକ୍ଷ ଆଡ଼ମିଶନ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହାସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।