ଆଜି ସରକାର ଛାତ୍ରଛାତ୍ରୀ ମାନଙ୍କ ସ୍ୱରକୁ ଚାପିଦେବା ପାଇଁ ଯେଉଁ ଅପଚେଷ୍ଟା କରିଛନ୍ତି ତାହା ମହୁଫେଣାରେ ହାତ ମାରିବା ସହ ସମାନ ହେବ ବୋଲି ଏବିଭିପିର ରାଜ୍ୟ ସଂମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି । ଆଗାମୀ ଦିନରେ ଏବିଭିପି ଏହାର ବିରୁଦ୍ଧରେ ସାରା ରାଜ୍ୟରେ ଏକ ବିଶାଳ ଛାତ୍ର ଆନ୍ଦୋଳନ ରୁପେ ପରିଣତ ହେବ ବୋଲି ଶଶିକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି ।
ଓଡିଶା ଶିକ୍ଷା ଜଗତ ପାଇଁ କଳା ଦିବସ : ଏବିଭିପି

ଭୁବନେଶ୍ୱର: ଓଡିଶା ଶିକ୍ଷା ଜଗତ ପାଇଁ କଳାଦିବସ ବୋଲି ଏବିଭିପି ମନ୍ତବ୍ୟ ଦେଇଛି। ଏବିଭିପି କହିଛି ଯେ ଓଡିଶାର ସମସ୍ତ ଶିକ୍ଷିତ ସମାଜ ଓ ସାଧାରଣ ଓଡିଆଙ୍କ ବିରୋଧ ସତ୍ତ୍ଵେ ରାଜ୍ୟ ସରକାର ଆଜି ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଆଇନ୍ ପାସ୍ କରିଛନ୍ତି । ଏହି ନିୟମ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ ଏବଂ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବାକୁ ଯାଉଛି ବୋଲି ଏବିଭିପି କହିଛି। । ଆଗାମୀ ଦିନରେ ବିଜେଡି ସରକାର ବିଶ୍ୱବିଦ୍ୟାଳୟରେ ଦୁର୍ନୀତିର ବାଟ ଖୋଲିଦେବାକୁ ବସିଲେଣି । ଉତ୍କଳ ବିଶ୍ଵବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏହି ଅଧିନିୟମକୁ ନେଇ ଅଧ୍ୟାପକ ମାନେ ସ୍ଵର ଉତ୍ତୋଳନ କରିବା ସତ୍ତ୍ଵେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି ଏବିଭିପି କହିଛି।
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
