ଭୁବନେଶ୍ଵର: ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 24,370 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ 280 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସମଗ୍ର ଶିକ୍ଷା ପାଇଁ 3066 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ 957 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ 253 କୋଟି, ମୋ କଲେଜ ଅଭିଯାନ ପାଇଁ 7 କୋଟି ଟଙ୍କା। ଗଙ୍ଗାଧର ମେହେର ଶିକ୍ଷା ଯୋଜନା 430 କୋଟି, ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ଓ ସହରାଞ୍ଚଳ ଜନଜାତି ଛାତ୍ରଙ୍କ ଛାତ୍ରବାସ ପାଇଁ 270 କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସମସ୍ତ ଛାତ୍ର ବୃତ୍ତିକୁ ବ୍ୟାଙ୍କ ଖାତାରେ ଜମା ପାଇଁ 1002 କୋଟି ଟଙ୍କା, ବିଶ୍ଵ ବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରଚଳିତ ଓଡିଶା ହାୟର ଏଜୁକେସନ ପୋର୍ଗାମ ଫର ଏକ୍ସିଲେନ୍ସ ଆଣ୍ଡ ଇକ୍ୟୁଟି ପାଇଁ 108 କୋଟି, ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପାଇଁ 10 କୋଟି, ଉଚ୍ଚ ଶିକ୍ଷାଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ 157 କୋଟି, ଲ୍ୟାପଟପ ବିତରଣ ପାଇଁ 46 କୋଟି ଓ ରୁଷା ପାଇଁ 212 କୋଟି ବ୍ୟୟବରାଦ ହୋଇଛି।
ଦକ୍ଷତା ବିକାଶ ବାତାବରଣ 664 କୋଟି, ବୈଷୟିକ ଶିକ୍ଷା ପ୍ରଦାନ କରୁଥିବା ଭିତ୍ତଭୂମି ନେଇ 151 କୋଟି, ଏସିଆନ ଡେଭଲ୍ପମେଣ୍ଟ ବ୍ୟାଙ୍କ ସହାୟତାରେ ପ୍ରଚଳିତ ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ 102 କୋଟି ଟଙ୍କା ବ୍ୟୟବରାଦ ହୋଇଛି।