ଫେବୃଆରୀ 2 ରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ବୋର୍ଡ ନିଜର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିବ।
ଶିକ୍ଷା ମନ୍ତ୍ରୀ ନିଶଙ୍କ ଗତ ବର୍ଷ ଡିସେମ୍ବର 31 ରେ ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶର ପରୀକ୍ଷା ତାରିଖ ଘୋଷଣା କରିଥିଲେ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ 3 ରୁ ଆରମ୍ଭ ହୋଇ ଜୁନ୍ 10 ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ 1ରୁ ସିବିଏସ୍ଇ ବୋର୍ଡର ପ୍ରାଟିକାଲ ପରୀକ୍ଷା ହେବ।