ଜେଲ୍ରେ ବାଇବେଲ.
ଭୁବନେଶ୍ୱର: ଉନ୍ମୋଚନ ହେଲା ପରୀକ୍ଷା ଦର୍ପଣ । ପରୀକ୍ଷା ଦର୍ପଣ ଲୋକାର୍ପଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । 6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପରୀକ୍ଷା । ସାମ୍ଭାବ୍ୟ ପ୍ରଶ୍ନକୁ ନେଇ 700 ପୃଷ୍ଠାର ହେବ ‘ପରୀକ୍ଷା ଦର୍ପଣ’ ।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ମହାମାରୀ କୋରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କ ଶଙ୍କା ଦୁର କରିବା ଲାଗି ଗଣଶିକ୍ଷା ବିଭାଗ ମାଗଣାରେ ଏହି ପୁସ୍ତିକାକୁ ବାଣ୍ଟିବ ।