ବୁର୍ଲା: ସୋମବାର ବୁର୍ଲା ଭିସୁଟରେ ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ସ୍ଥଗିତ କରିଛନ୍ତି । ଭିସୁଟରେ 25 ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭିସୁଟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦେଇଥିଲେ । ଏହା ସହିତ ବିଶ୍ୱବିଦ୍ୟାଳୟର ୧୧ ଟି ଛାତ୍ରାବାସକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ ।
ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଦ୍ୱାରା ପାଠପଡିବା ନିମନ୍ତେ କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିଲେ। କିନ୍ତୁ ଭିସୁଟ ଶେଷ ବର୍ଷର କିଛି ବିଷୟର ପରୀକ୍ଷାକୁ ଅଫଲାଇନ ମାଧ୍ୟମରେ କରିବାକୁ ନିର୍ଦେଶ ରହିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସର ଓ ବୁର୍ଲା ପ୍ରବେଶ ପଥ ପିସି ବ୍ରିଜ ଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଯୋନ ଘୋଷଣା କରାଯାଇଛି ।
ଏହି ପରିସ୍ଥିତିରେ ଶତାଧିକ ଛାତ୍ରଛାତ୍ରୀ କିଭଳି ଭାବରେ ଆସନ୍ତା କାଲି ପରୀକ୍ଷା ଦେବେ ସେନେଇ ବିଚାର କରି ପରବର୍ତୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ ଆସନ୍ତାକାଲି ହେବାକୁ ଥିବା ସପ୍ତମ ସେମିଷ୍ଟାର ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ କରିଛନ୍ତି।