ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଏଥିପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇପାରି ନାହିଁ। ଏପରିକି ମାଟ୍ରିକ ଫର୍ମଫିଲପ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ କରୋନା ପାଇଁ ସ୍କୁଲ ଖୋଲିନି। ଫଳରେ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଛି। ସେପଟେ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଦ୍ଵନ୍ଦରେ ଅଛନ୍ତି ଉବୟ ଅଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ।
୩ ମାସ ପାଠପଢା ପରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଵର : ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା। ବିଳମ୍ବିତ ହୋଇପାରେ କିନ୍ତୁ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାହେଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ। ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ, ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଛି ବୋଲି ସମୀର ଦାଶ କହିଛନ୍ତି।
Download Argus News App
