ଦୁଇ ଯୁବକ ସଜାଇଦେଲେ ଗାଁ
ଭୁବନେଶ୍ଵର: ମାଟ୍ରିକ ପରୀକ୍ଷା ଫର୍ମ ଫିଲପ ଅବଧି ବୃଦ୍ଧି ପାଇଛି। ଚଳିତ ମାସ ଫେବୃୟାରୀ 12 ଯାଏଁ ଛାତ୍ରଛାତ୍ରୀ ମାନେ ଫର୍ମ ଫିଲପ କରିପାରିବେ। ପୂର୍ବରୁ ଫର୍ମଫିଲପ ଅବଧି 10 ତାରିଖ ଯାଏଁ ଥିବା ବେଳେ ଏବେ ଏହାକୁ ଆଉ 2ଦିନ ବୃଦ୍ଧି କରାଯାଇଛି । ଆଜି ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସେହିପରି ପୂର୍ବରୁ ମଧ୍ୟ ମାଟ୍ରିକ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ମେ 3ରୁ ଆରମ୍ଭ ହୋଇ ମେ 15ରେ ସରିବ।