ବାପା ଆତ୍ମହତ୍ୟା ଉଦ୍ୟମକୁ ନେଇ ପ୍ରଶାସନକୁ ଦାୟୀ କଲେ ପୁଅ
ଅର୍ଗସ ନ୍ୟୁଜ୍: କରୋନା କହର । ବନ୍ଦ ହେଲା ସ୍କୁଲ । ରାଜ୍ୟରେ ଦିନକୁ ଦିନ କରୋନା ପ୍ରକୋପ ବଢୁଥିବାରୁ ନବମ ଓ ଏକାଦଶ ଶ୍ରେଣୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ପରିସ୍ଥିତିକୁ ଫେରୁଛି ରାଜ୍ୟ । ଏପ୍ରିଲ 30 ତାରିଖ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଲାଗୁ ନିଷ୍ପତ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ବନ୍ଦ ରହିବ ସ୍କୁଲ ।
ସେହିପରି ହଷ୍ଟେଲ ଖାଲି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ସମସ୍ତ ଘରୋଇ, ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଲାଗୁ କରାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ 25 ତାରିଖ ଯାଏଁ ଚାଲିବ । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସଚିବ ।