ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନ୍ରେ କଥା ହୋଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍ ସଫଳତା ପାଇଁ ସୋଏବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ । ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ପ୍ରକାଶ କରିଛନ୍ତି ସୋଏବ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ୍ ।
ସୂଚନାଯୋଗ୍ୟ, ଏନଟିଏ ଦ୍ୱାରା ପରିଚାଳିତ ଏନଇଇଟି ୨୦୨୦ ର ଫଳ ପ୍ରକାଶ ପାଇଛି। ସୋଏବ ଶତ ପ୍ରତିଶତ ନମ୍ବର ରଖି ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍ ନିଟ୍ ଟପ୍ପର ହୋଇଥିବା ରାଉରକେଲାର 18ବର୍ଷୀୟ ସୋଏବ୍ ଶତ ପ୍ରତିଶତ ମାର୍କ ରଖି ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । 720ରୁ 720 ମାର୍କ ରଖି ନିଟ୍ ଟପ୍ପର ହୋଇଛନ୍ତି ସୋଏବ୍ ।