ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ମୋଟ ୧,୨୫,୮୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ତେବେ ଜିଲ୍ଲା ତଥା ସବ୍-ଡିଭିଜନ ସ୍ତରରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିସ୍ତୃତ ବ୍ୟବସ୍ଥା କରାଯାଇଛି।
ଗୋଟିଏ ପରେ ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କରାଯାଉଛି । ତେବେ କିଭଳି ଭାବରେ ପ୍ରାର୍ଥୀମାନେ ସୁରୁଖୁରୁରେ ପରୀକ୍ଷା ଦେବେ ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।