ରାଜ୍ୟରେ ସବୁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନଥିବାବେଳେ ଅନେକଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ, ତେବେ ଏହା ଦ୍ଵାରା ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ। ଭୁବନେଶ୍ଵର ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଏବଂ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମି ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ରେ ଅଭିଜ୍ଞ ଅଧ୍ୟାପକମାନଙ୍କ ଦ୍ଵାରା ରେକଡିଂ ଶେଷ ହୋଇଛି। ତେବେ ଭିଡିଓ ଯାଞ୍ଚ ହୋଇସାରିବା ପରେ ଏହାକୁ ପ୍ରସାରଣ କରାଯିବ। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପାଠ୍ୟକ୍ରମର ଭିଡିଓ ଦୂରଦର୍ଶନରେ ପ୍ରସାରଣ ହେଉଥିଲା।
ଟିଭିରେ ପାଠ ପଢିବେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀ

ଭୁବନେଶ୍ଵର: ଯୁକ୍ତ ଦୁଇ କଳା ପାଠ୍ୟକ୍ରମର ଛାତ୍ରଛାତ୍ରୀ ଏଣିକି ଟିଭିରେ ପାଠ ପଢିପଢିବେ। ପାଠପଢା ଭିଡିଓ ଦୂରଦର୍ଶନରେ ପ୍ରସାରଣ କରାଯିବ। ଓଡିଶାରେ ମୋଟ ୨୦୩୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨ ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଛନ୍ତି। ପ୍ରଥମରୁ ମୋଟ୍ ୬ଟି ବିଷୟ ପ୍ରସାରଣ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ସୂଚନା ଦେଇଛନ୍ତି। ଇଛାଧୀନ ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ, ଶିକ୍ଷା ଓ ତର୍କଶାସ୍ତ୍ରର ପାଠ୍ୟକ୍ରମ ଭିଡିଓ ଦୂରଦର୍ଶନରେ ପ୍ରସାରଣ ହେବ।
Download Argus News App
