ପ୍ରତିଯୋଗୀତାରେ ସଫଳ ହେବା ବହୁତ ସହଜ କଥା ହୋଇଥାଏ ଯେତେବେଳେ ଆମେ ଆମ ନିଜକୁ, ନିଜ ଦୁର୍ବଳତାକୁ ବୁଝି ସେହି ଅନୁସାରେ ପ୍ରତିଯୋଗୀତା ପାଇ ନିଜକୁ ପ୍ରସ୍ତୁତ କରିଥାଉ । ତେବେ ଆପଣ କ୍ୟାରିୟରରେ ସଫଳ ହେବା ପାଇଁ ନିଜକୁ କିପରି ପ୍ରସ୍ତୁତ କରୁଛନ୍ତି ? କ୍ୟାରିଅର ବାଛିବା ସମୟରେ ଆପଣଙ୍କୁ ଟିକେ ସଚେତନ ହେବାକୁ ପଡିବ । ପ୍ରଥମେ ନିଜକୁ , ନିଜ ଦକ୍ଷତାକୁ ତଥା ବୁଝିବାକୁ ହେବ । ଏହାକୁ ଦୃଷ୍ଟିରେ ରଖି ନିଜ ପସନ୍ଦର କ୍ୟାରିଅରକୁ ବାଛିବାକୁ ହେବ । ଏହା ଆପଣଙ୍କୁ କ୍ୟାରିୟରରେ ସଫଳ ହେବା ପାଇଁ ପ୍ରେରଣା ପ୍ରଦାନ କରିବ । କ୍ୟାରିଅର ସହ ଯୋଡିତ ବିଷୟରେ ଆପଣଙ୍କ ଯଥେଷ୍ଟ ଜ୍ଞାନ ରହିବା ନିଥିବା ଜରୁରୀ । ଅବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନିଅନ୍ତୁ । ଏହି ସମୟରେ ବିଫଳ ହେଲେ ବିଚଳିତ ହୁଅନ୍ତୁ ନାହିଁ । ବଂର ବିଫଳତାରୁ ଶିଖିବାକୁ ଚେଷ୍ଟା କରନ୍ତୁ । ବିଫଳତାକୁ ମାତ ଦେବା ପାଇଁ କଠିନ ପରିଶ୍ରମ କରନ୍ତୁ । ନିଜର ଦକ୍ଷତାର ପରିସରରୁ ବାହାରନ୍ତୁ । ଆଉ ନୂଆ କିଛି ବିଷୟରେ ନିଜର ଦକ୍ଷତା ବୃଦ୍ଧି କରନ୍ତୁ । ନିଜ ଚିନ୍ତାଧାରାକୁ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଶିଖନ୍ତୁ । କଥା ହେବାର ତଥା ବନ୍ଧୁତା କାରିବାର ଦକ୍ଷତା ବୃଦ୍ଧି କରନ୍ତୁ । ପରିବର୍ତ୍ତନଶୀଳ ସମାଜକୁ ଗ୍ରହଣ କରିବା ଶିଖନ୍ତୁ । ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ । ଏହା ସହ ଅନ୍ୟମାନକୁ ବୁଝିବାକୁ ଚେଷ୍ଟା କରନ୍ତୁ । କେବଳ ଏତିକି ନୁହେଁ କ୍ୟାରିୟରରେ ସଫଳତା ହାସଲର ଯାତ୍ରାକୁ ଖୁସିରେ ଉପଭୋଗ କରନ୍ତୁ । ନିଜ ଉପରେ ବିଶ୍ବାସ ରଖନ୍ତୁ ଯେ ଏହି କାମ ଆପଣ ଖୁବ୍ ଭଲ ଭାବରେ କରିପାରିବେ । ଏହିପରି ହେଲେ ସଫଳତା ଆପଣଙ୍କ ଏକ ପ୍ରକାର ନିଶ୍ଚିତ ବୋଲି ଆମେ କହିପାରିବା ।