ଏହା ସହ ନିଜର ନକରାତ୍ମକ ଚିନ୍ତାଧାରାକୁ ମାତ ଦେଇ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିପାରିଲେ ଜୀବନ ଆନନ୍ଦମୟ ଲାଗେ । ବର୍ତ୍ତମାନ ସମୟର ପ୍ରତିଯୋଗୀତାମୂଳକ ସମାଜରେ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ଯୁବପିଢୀ ସଂଘର୍ଷ କରୁଛି । ମାନସିକ ବିଷାଦରେ ରହିବା ଆଜିକା ମଣିଷର ବଡ ସମସ୍ୟା । ହୁଏତ ଏହିପରି ସ୍ଥିତି ଦେଇ ଆପଣ ବି ଗତି କରୁଛନ୍ତି । ନିଜ ପାଇଁ ନିଜେ କିଛି କରିପାରିଲେ ଖୁବ୍ ଭଲ ହୁଅନ୍ତା ବୋଲି ଭାବୁଛନ୍ତି କି ? ଯଦି ଭାବୁଥାନ୍ତି, ତେବେ ପଢନ୍ତୁ ଲେଖକ ଥାଇବର୍ଡ ମୁସରିସଙ୍କ ପୁସ୍ତକ ମାଷ୍ଟର ଅଫ୍ ଇମୋସନ । ବହି ଟିରେ ନିଜର ଭାବପ୍ରବଣତାକୁ କିପରି ନିଜ ଉନ୍ନତି ପାଇଁ ବ୍ୟବହାର କରି ହେବ । ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରି ଭବିଷ୍ୟତକୁ କିପରି ଉଜ୍ଜଳ କରି ହେବ । ଏହା ସହ ମାନସିକ ବିଷାଦକୁ କିପରି ସାମ୍ନା କରିବେ ଆଦି ବିଷୟରେ ଆଲୋଚନା କରାଯାଇଛି । ଏହି ବହି ପଢିବା ଦ୍ବାରା ଆପଣ ନିଶ୍ଚିତ ଏକ ସଫଳ ଓ ଶାନ୍ତିପୂର୍ଣ୍ଣ ଜୀବନ ଜୀଇଁବାର ସୁଯୋଗ ପାଇବେ । ତେବେ ଏବେ ନିଜକୁ ନିଜେ ସହଯୋଗ କରିବା ପାଇଁ ବହିଟି ସଂଗ୍ରହ କରି ପଢନ୍ତୁ ଏହି ବହି ।
ସୁଖୀ ଜୀବନ ପାଇଁ ମାଷ୍ଟର ଅଫ ଇମୋସନ ପଢନ୍ତୁ

ଅର୍ଗସ ବ୍ୟୁରୋ : ଜୀବନକୁ ସହଜ, ସରଳ ତଥା ସୁନ୍ଦର ଭାବରେ ଜୀଇଁବାର ଲାଲସା ପ୍ରତିଟି ମଣିଷ ଭିତରେ ରହିଛି । ତେବେ ଏଥିରେ କିଏ ସଫଳ ହୋଇଛି ତ ପୁଣି ଅନେକ ଲୋକ ବିଫଳତା ହାସଲ କରିଛନ୍ତି । ତେବେ ସଫଳତା ଆଉ ବିଫଳତା ଭିତରେ ଫରକ ସୃଷ୍ଟି କରେ ମଣିଷର ଭାବପ୍ରବଣତା । ମଣିଷ ଜୀବନରେ ନିଜ ଭାବପ୍ରବଣତାକୁ ବୁଝିବାର ଏବଂ ପରିଚାଳନା କରିବାର ସକ୍ଷମତା ରହିବା ନିହାତି ଜରୁରୀ ।
Download Argus News App
