ବହିର ନାମକରଣ ଖୁବ୍ ବିଚିତ୍ର ଲାଗୁଛି ନିଶ୍ଚିତ । ତେବେ ଏହା ନାରୀର ଜୀବନର ପ୍ରତିଫଳ କରି ଲେଖାଯାଇଛି । ଏହି ବହିରେ ମନ୍ଦିରା ନାମକ ଏକ ଝିଅର ଚରିତ୍ରକୁ ନେଇ କାହାଣୀଟି ଲେଖା ଯାଇଛି । କାହାଣୀଟିରେ ମନ୍ଦିରାର ଜୀବନ ବେଶ ହସିଲା ପୁରିଲା ଥିଲା । ସବୁ ଝିଅ ପରି ତା’ର ବିବାହ ହେଲା । ସ୍ବାମୀ ତା’ର NRI । ପ୍ରଥମେ ପ୍ରଥମେ ତାଙ୍କ ବିବାହିତା ଜୀବନ ଖୁବ୍ ସୁଖଦାୟକ ଥିଲା । ସ୍ବାମୀର ଚାକିରୀ ପାଇଁ ତାଙ୍କୁ ବିଦେଶକୁ ଯିବାକୁ ପଡେ । ଯାହା ମନ୍ଦିରା ଜୀବନରେ ନୂଆ ଚ୍ୟାଲେଞ୍ଜ ନେଇ ଆସେ । ମନ୍ଦିରା ନିଜ ଚାକିରୀ ଛାଡି ସ୍ବାମୀ ସହ ଯିବାର ନିଷ୍ପତିଠାରୁ ଆରମ୍ଭ କରି ବିଦେଶରେ ଯିବା ଏବଂ ନିଜ ପାଇଁ ଲଢେଇ ଜୀବନ ତମାମ ଜାରି ରଖିଥିଲା ତାହା ବର୍ଣ୍ଣନା ହୋଇଛି । ଏହି କାହାଣୀରେ ଲେଖିକା ସମାଜର ସତ୍ୟତାକୁ ଚିତ୍ରଣ କରିବାରେ ବେଶ ସଫଳ ହୋଇଛନ୍ତି । କିପରି ଝିଅଟି ଆପଣା ଛାଏଁ ବଦଳି ଯାଏ ବିବାହ ପରେ । କିପରି ତା ମାନସିକତାରେ , ଚାଳିଚଳଣରେ ପରିବର୍ତ୍ତନ ଆଣିବାକୁ ଏକ ପ୍ରକାର ସେ ବାଧ୍ୟ ହୋଇଥାଏ । ଏ ବହିଟି ପଢିବା ସମୟରେ ପାଠକ ଚରିତ୍ରମାନଙ୍କୁ ନିଜ ଆଖ ପାଖରେ ଥିବା ପରି ଅନୁଭବ କରିବେ । ଵ୍ୟସ୍ତବତାକୁ ନିଜ ଲେଖନିରେ ସ୍ଥାନିତ କରି ଝିଅଟିକୁ ସୋଡା , ପାଣି , ଲେମ୍ବୁ ସହ ତୁଳନା କରି ସମାଜକୁ କିପରି ଝିଅଟେ ନିଜକୁ ସମର୍ପଣ କରି ମୋକଟେଲ ହୋଇଯାଇଛି ତାହା କହି କଟାକ୍ଷ କରିଛନ୍ତି । ଏହି ବହିଟି ବଢିଲେ ସମାଜର ତଥା ନାରୀ ଜୀବନର ଵ୍ୟସ୍ତବତାକୁ ବୁଝିବା ସହ ଜୀବନର ଵାଟ ଚାଲିବାର ପ୍ରେରଣା ପାଇବେ ନିଶ୍ଚତି । ଏହା ଛଡା ନାରୀର ମଧ୍ୟ ଏକ ସ୍ବାଧୀନତା ପୂର୍ଣ୍ଣ ଜୀବନର ଅଧିକାର ପାଇଁ ଲେଖିକାଙ୍କ ସ୍ବର ପାଠକଙ୍କୁ ନିଶ୍ଚିତ ସଚେତନ କରିବ ।