ଏ ବହିରେ ଲେଖକ ଯେଉଁ ପ୍ରେମ ନିବେଦନର କାହାଣୀକୁ ଉପସ୍ଥାପନା କରିଛନ୍ତି ତାହା ଅତ୍ୟନ୍ତ ସୁଖ ପାଠ ହୋଇପାରିଛି । ଏହି ପରିକି ବହିଟି ପଢିବା ସମୟରେ ଆପଣ ନିଜକୁ ଏତେ ହଜାଇ ଦେବେ ଯେ କିଛି ସମୟ ପାଇଁ ନିଜକୁ ହିଁ କାହାଣୀର ଚରିତ୍ର ବୋଲି ଅନୁଭବ କରିବେ । ଲେଖକଙ୍କ କଳ୍ପନା ଓ ଲେଖା ଶୈଳୀ ଏତେ ସୁନ୍ଦର ଯେ କାହାଣୀରେ ପାଠକର ଭାବନା ବର୍ଣ୍ଣନା ପରି ଅନୁଭବ ହୁଏ । ଏହି ବହି ପଢିବା ପରେ ଆପଣ ଅନୁଭବ କରିବେ ପ୍ରେମ ଆଉ ଜୀବନ କେତେ ପରିପୂରକ ବିଷୟ । ଏହାଛଡା ଏହି କାହାଣୀ ଅତି ସାଧାରଣ ପରିବାରର ପୁଅ ଝିଅଙ୍କ ପ୍ରେମ କାହାଣୀ ହୋଇଥିବାରୁ ଏହା ପାଠକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଁବାରେ ବେଶ ସଫଳ ହୋଇପାରିଛି । ପ୍ରେମରେ ସଫଳ ହେବା , ନିଜ ପ୍ରେମକୁ ପ୍ରାପ୍ତି କରିବାର ଲାଲସା କାହାର ନଥାଏ କହିଲେ । ତେବେ ଏଥି ପାଇଁ ଆବଶ୍ୟକ ସମର୍ପଣ ଓ ତ୍ୟାଗ । ଏହା ହିଁ ପ୍ରେମକୁ ଚିର କାଳ ପାଇଁ ଜୀବନ୍ତ କରେ । ତାହା ଏହି କାହାଣୀରେ ଖୁବ୍ ନିଚ୍ଛକ ଭାବରେ ପ୍ରତିଫଳିତ କରିଛନ୍ତି ଲେଖକ । ପ୍ରେମକୁ ହୃଦୟରେ ଚାପି ନରଖି ପ୍ରକାଶ କରିବାର ଆବଶ୍ୟକ ଏହି କାହାଣୀରେ ପ୍ରତିଫଳିତ ହୋଇଛି । ନିଜ ପ୍ରେମ ସହ ଜୀଇଁବା ଜୀବନକୁ ନୂତନ ଆଶା ଭରିଦିଏ ସେ କଥାକୁ କାହାଣୀରେ ଦର୍ଶାଇବାରେ ଲେଖକ ସଫଳ ହୋଇଛନ୍ତି । ତେଣୁ ଏକ ମଜାଦାର ଆକର୍ଷଣୀୟ ତଥା ଶିକ୍ଷଣୀୟ ପ୍ରେମ କାହାଣୀକୁ ପଢିବା ପାଇଁ ସଂଗ୍ରହ କରନ୍ତୁ Durjoy Duttaଙ୍କ Wish I could tell you ବହି ।
ପଢନ୍ତୁ Durjoy Duttaଙ୍କ Wish I could tell you ବହି

ଅର୍ଗସ ବ୍ୟୁରୋ: ପ୍ରେମ ସର୍ବଦା ଚିରନ୍ତନ ଓ ଶ୍ବାଶତ । ପ୍ରେମ ପାଇଁ କିଏ ବଳି ପଡୁଛନ୍ତି । ପୁଣି କିଏ ପ୍ରେମକୁ ନେଇ ଜୀବନ ସାରା ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି । ଆଜିର ଯୁଗରେ ପ୍ରେମ ପ୍ରତାରଣାର ସମ୍ଭାବନା ଭିତରେ ଛନ୍ଦି ହୋଇଯାଉଛି । ତେବେ ପ୍ରେମ ନିବେଦର ଉଦ୍ୟମ କେଉଁ ପ୍ରେମି ଯୁଗଳ ଅବା ନକରେ । ତେବେ ପଢନ୍ତୁ Durjoy Duttaଙ୍କ Wish I could tell you ବହି ।
Download Argus News App
