କେନ୍ଦ୍ରାପଡ଼ା : ଶିକ୍ଷାର ମନ୍ଦିର ଏବେ ସୈତାନଙ୍କ ଆଡ୍ଡା। ରାଜ୍ୟରେ ଶିକ୍ଷା ବିଭାଗର ବିଚିତ୍ର ନୀତି। କମ୍ ଉପସ୍ଥାନ ଥିବା ସ୍କୁଲ ମିଶିବା ପରେ ପରିତ୍ୟକ୍ତ ସ୍କୁଲରେ ଜୁଆ ଆଡ୍ଡା। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପରକୁଳା ପଞ୍ଚାୟତ ଅନ୍ତର୍ଗତ କୁମ୍ଭଡି ପ୍ରାଥମିକ ବିଦ୍ୟାଳୟ ଓ ଆଙ୍କୁଅ ପ୍ରାଥମିକ ବିଦ୍ୟାଳୟର ଏହି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ଯଦିଓ ଆଙ୍କୁଅ ପ୍ରାଥମିକ ବିଦ୍ୟାଳୟରେ 30 ଜଣ ଏବଂ କୁମ୍ଭଡି ପ୍ରାଥମିକ ବିଦ୍ୟାଳୟର 34ଜଣ ଛାତ୍ରଛାତ୍ରୀ ପଢୁଥିଲେ ତଥାପି ଦୁଇଟି ବିଦ୍ୟାଳୟକୁ ବନ୍ଦ କରାଯାଇ ପିକରାଳୀ ଓ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଗଲା । ଫଳରେ ଏହି ଦୁଇଟି ବିଦ୍ୟାଳୟକୁ ପଞ୍ଚାୟତର ସରପଞ୍ଚ ମାନଙ୍କୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଏସବୁ ଏବେ ଜୁଆଡିଙ୍କ ଆଡ୍ଡା ପାଲଟିଛି।
ଶିକ୍ଷାର ବିକାଶ ପାଇଁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ମିଶ୍ରଣ କରି ସରକାର ବାହା ବାହା ନେବାକୁ ଚେଷ୍ଟା କରୁଥିଲେ। ତେବେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଏହି ପ୍ରସଙ୍ଗରେ କୌଣସି ମତାମତା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।
ସବୁଠୁ ବଡ ପ୍ରଶ୍ନ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ କେମିତି ଆସିଲାନି ଏତେ ବଡ ଘଟଣା ? କେନ୍ଦ୍ରାପଡାର କେବଳ ଏହି ଦୁଇଟି ସ୍କୁଲ ନୁହେଁ ରାଜ୍ୟର ଅନେକ ସ୍କୁଲରେ ଏମିତିକା ଅବସ୍ଥା । ଏଥିପାଇଁ ରାଜ୍ୟ ସରକାର କିଛି ବିକଳ୍ପ ଚିନ୍ତା କରିଛନ୍ତି କି ?