ତେବେ ଖୁସିରେ ରହିବା ପାଇଁ ପ୍ରତିଟି ମୁହୂର୍ତ୍ତରେ ଏଠି ସଂଘର୍ଷ କରିବାକୁ ପଡେ। ସେଇଥିପାଇଁ ତ ଏଠି ଜୀଵନର ଅନ୍ୟ ନାଁ ସଂଘର୍ଷ। ତେବେ ଆପଣ ଯଦି ଏ ସଂଘର୍ଷମୟ ଜୀବନରେ ଧନ ସମ୍ପତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ତେବେ ଆପଣ ନିହାତି ଭୁଲ କରୁଛନ୍ତି। ନା ସବୁ ଖୁସିକୁ ଟଙ୍କା ଦେଇ କିଣି ହୁଏ, ନା ସବୁ ଦୁଃଖକୁ ଧନ ସମ୍ପତ୍ତି ଦେଇ ପୋଛି ହୁଏ। ଖୁସି ରହିବା ପାଇ ଆଜିକା ସମୟରେ ଆମେ ଯୋଦି କାହାକୁ ଉଦାହରଣ ରୂପେ ଗ୍ରହଣ କରିବା ତେବେ ଜାପାନୀମାନେ ସବୁଠାରୁ ଆଗରେ ଅଛନ୍ତି। ଜାପାନ ଅଧିବାସୀମାନଙ୍କ ଜୀବନ ଦୀର୍ଘାୟୁ ଓ ଆନନ୍ଦମୟ। ଆପଣ ଭାବୁଥିବେ ଜାପାନୀମାନେ ହୁଏ ତୋ ଧନୀଲୋକ। ବଡ଼ ଘରକୁ ଦାମୀ କାରର ମାଲିକ। ପାଠକବନ୍ଧୁ ସେମିତି ଆଦୌ ନୁହେଁ। ବାସ୍ତବରେ ଜାପାନୀମାନଙ୍କ ଖୁସି ଓ ଦୀର୍ଘାୟୁ ଜୀବନର ରାଜ ହେଉଛି ୱିକିଗାଇ। ଏକ ସ୍ବତନ୍ତ୍ର ପୁସ୍ତିକା। ଆପଣ ଜାଣିଛନ୍ତି କି ୱିକିଗାଇ କଣ ? ଏହାକୁ ଜାଣିବା ପାଇ ପଢନ୍ତୁ ହେକଟର ଗ୍ରଚିଆ ଓ ଫ୍ରାନ୍ସସ ମିର୍ଲଲେଙ୍କ ପୁସ୍ତକ ୱିକିଗାଇ। ଏହି ପୁସ୍ତରେ ଜାପାନୀମାନଙ୍କ ଜୀବନରେ ଅନୁସରଣ କରୁଥିବା ସ୍ୱତନ୍ତ୍ର ନିୟମ ବିଷୟରେ ଲେଖା ଯାଇଛି। ଏହି ୱିକିଗାଇର କିଛି ନିୟମ ଆମ ଭାରତରୁ ଜାପାନୀମାନେ ଗ୍ରହଣ କରିଛନ୍ତି । ତେଣୁ ଏହି ବହିଟି ସଂଗ୍ରହ କରି ନିଶ୍ଚିତ ପଢନ୍ତୁ ।
ଏମିତି ଗୋଟେ ବହି, ଯେଉଁଥିରେ ଲୁଚିଛି ସୁସ୍ଥ ନିରାମୟ ଜୀବନର ଟିପ୍ସ

ଅର୍ଗସ ବ୍ୟୁରୋ : ଜୀବନ । ଜନ୍ମଠାରୁ ମରଣର ଏକ ଯାତ୍ରା। କେବେ ଦୁଃଖର ଲହଡି ଆସି ଜୀବନକୁ ଓଦା କରେ ତ ପୁଣି କେତେବେଳେ ଖୁସିର ରଙ୍ଗ ଆସି ଜୀବନକୁ ରଂଗୀନ କରେ। ହସ ଖୁସିରେ ଜୀବନରେ ଆଗକୁ ବଢିବାକୁ ପ୍ରତି ମଣିଷ ମନରେ କାହିଁ କେତେ ଆଶା ଥାଏ।
Download Argus News App
