କୋଭିଡ ଯୋଗୁଁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏ ବର୍ଷ ସ୍କୁଲ ଖୋଲିବନି ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି। ତେଣୁ ଅନଲାଇନ ଶିକ୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସାହାଯ୍ୟ କରିବାକୁ ଟିସିଏସ୍ ଆଗେଇ ଆସିଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ଅନଲାଇନ ଶିକ୍ଷା

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ଅନଲାଇନ ଶିକ୍ଷା । ମାଗଣାରେ ଅନଲାଇନ୍ ଶିକ୍ଷା ଯୋଗାଇବ TCS । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । 214ଟି ଆଦର୍ଶ ଓ 101 ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ । ବ୍ୟବସ୍ଥିତ ଢଙ୍ଗରେ ଅନଲାଇନରେ ଶିକ୍ଷା ପାଇପାରିବେ ଛାତ୍ରଛାତ୍ରୀ । ଏ ନେଇ ରେଜିଷ୍ଟ୍ରେସନ ମଧ୍ୟ ଶେଷ ହୋଇଛି ।
Download Argus News App
