ସମ୍ବଲପୁର: ସମ୍ବଲପୁର ଆସିଲା ସ୍ଵାସ୍ଥ୍ୟ ବିଭାଗ ଦୟନୀୟ ଚିତ୍ର । ଅସୁସ୍ଥ ପୁଅକୁ ୬ କିଲୋମିଟର ଟ୍ରଲିରେ ବୋହିଲା ବୃଦ୍ଧ ବାପା । ଲୋକେ ଦେଖିଲେ ମଧ୍ୟ କେହି ଆମ୍ଵୁଲାନ୍ସ କି ସହୟତା ହାତ ବଢାଇଲେ ନାହି । ସମ୍ବଲପୁର କ୍ଷେତରାପୁର ଅଂଚଳର ଗୋପାଲ ବାଗ ଶ୍ରମିକ ଭାବେ ଧନୁପାଲି ଅଂଚଳରେ କାମ କରନ୍ତି ।
ସୋମବାର କାମ କରୁଥିବା ସମୟରେ ଗୋପାଳ ମୁଣ୍ତ ବୁଲାଇବାରୁ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ହେଲେ କାମରେ ଲାଗିଥିବା ମାଲିକ ମଧ୍ୟ ତାଙ୍କୁ ସହୟତା ପାଇ ହାତ ବଢାଇ ନଥିଲେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋପାଳ ତଳେ ପଡିରହିଥିବା ପରେ ତାଙ୍କ ବାପା ଖବର ପାଇବାରୁ ଧନୁପାଲି ପହଞ୍ଚି ପୁଅକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲେ । ବୃଦ୍ଧା ଜଣକ ଗରିବ ହୋଇଥିବାରୁ ଅଟୋ କି ଆମ୍ବୁଲାନ୍ସ ପାଇ ମଧ୍ୟ ଯୋଗାଯୋଗ କରିପାରିନଥିଲେ ।
ନିଜ ସହଯୋଗୀର ଏକ ଠେଲାରେ ପୁଅକୁ ଗୁରୁତର ଅବସ୍ଥାରେ କ୍ଷେତରାପୁର ଘର କୁ ୬ କିଲୋମିଟର ଠେଲି ଠେଲି ଏକା ଆଣିଥିଲେ । ତେଵେ ସୋମବାର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଥିବା ସହ ବୁଦ୍ଧା ପାଖରେ ମୋବାଇଲ ଫୋନ ନଥିବାରୁ ଆମ୍ବୁଲାନ୍ସ ଯୋଗାଯୋଗ କରିପାରିନଥିଲେ ।