Headlines 6Pm
ଭୁଵନେଶ୍ଵର: ରାଜ୍ୟରେ 1600 ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା ନିମନ୍ତେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ 2015 -16ରୁ 2018-19 ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ 520 କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ 351କୋଟି ଟଙ୍କା ପ୍ରଦାନ କରାଯାଇଛି। 2562 ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଇଛି।
ମୋ ସ୍କୁଲ ଯୋଜନାରେ 429ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନା ରହିଛି। 100ଟି ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନଗାର ଅଛି। ସି ଏସ ଆର ଫଣ୍ଡରେ 819 ସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି।
ପୋଷ୍ୟ ସ୍କୁଲ ଜରିଆରେ 100ଟି ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଉଛି। 100 ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନଗାର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।