Tiki Tiki Khabar 06:30Am
କଟକ: ଦ୍ୱନ୍ଦ୍ୱ ଭିତରେ ଆଜିଠୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ପରୀକ୍ଷା ଆରମ୍ଭ ହୋଇଛି। ୟୁଜି ପିଜିର 25 ଓ 26 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଛାଡିଦେଲେ ଆଉ ସମସ୍ତ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅଫଲାଇନରେ କରାଯିବ।
ସେପଟେ 25 ଓ 26ରେ ହେବାକୁ ଥିବା ୟୁଜି ପିଜି ପରୀକ୍ଷା ତା ସହ ସମସ୍ତ ସେମିଷ୍ଟର ପରୀକ୍ଷାକୁ ଏପ୍ରିଲ 10 ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
ମଙ୍ଗଳବାର ଠାରୁ କ୍ଳାସ ମଧ୍ୟ ଅଫଲାଇନ କରାଯିବ। ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦୁଇଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଲେଜ କର୍ତ୍ତୃପକ୍ଷ ପରୀକ୍ଷା 14 ଦିନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।