ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଭୁବନେଶ୍ୱର: ବଢୁଛି ବାଣୀବିହାର ଟେନସନ । କୁଳପତିଙ୍କ ଅଫିସ ଘେରିଲେ ଛାତ୍ର । କ୍ୟାମ୍ପସରେ ବିଜେଡି ଛାତ୍ରନେତା ପ୍ରଚାର ଅଭିଯୋଗ ସହ ବିଶ୍ୱବିଦ୍ୟାଳର ବିଭିନ୍ନ ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଛି । ବିଜେଡ଼ି ବାଣୀ ବିହାରକୁ ନିଜର ଆଡ୍ଡାସ୍ଥଳୀ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ ଛାତ୍ର-ଅଣଛାତ୍ର ।
ହଷ୍ଟେଲ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଜି ଉତ୍ତ୍ୟକ୍ତ ଛାତ୍ର କୁଳପତିଙ୍କ ଅଫିସ୍ ଘେରିଛନ୍ତି । ସେପଟେ ଆନ୍ଦୋଳନକୁ ଦେଖି ପୋଲିସ କମିଶନରଙ୍କ ସୁରକ୍ଷା ଲୋଡିଛନ୍ତି କୁଳପତି ।