
ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ଏହି ଭୂତାଣୁ ବିରୋଧରେ ସାରା ଦେଶ ଏକ ହୋଇ ଲଢୁଛି। ତେବେ ଏହାରି ମଧ୍ୟରେ ସେଲିବ୍ରେଟିମାନେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବହୁ ତାରକା ମାନେ ସୋସିଆଲ ମିଡ଼ିଆ ଜରିଆରେ ବାର୍ତ୍ତା ପ୍ରେରଣ କରି ଲୋକମାନଙ୍କୁ ସଚେତନ କରାଉଛନ୍ତି। ଏହି କ୍ରମରେ ବଲିଉଡର ଭାଇଜାନ ସଲମାନ ଖାନ କୋରୋନା ସଚେତନତା ପାଇଁ ଏକ ଗୀତ ଲେଖିଛନ୍ତି। ଏହି ଗୀତକୁ ସେ ନିଜେ ଗାଇଛନ୍ତି। ତେବେ ସୋସିଆଲ ମିଡ଼ିଆରେ ଏବେ ଏହି ଗୀତର ଟିଜର ରିଲିଜ ହୋଇଛି। ଆସନ୍ତା କାଲି ଗୀତଟି ରିଲିଜ୍ ହେବ ବୋଲି ସୂଚନା ମିଳିଛି।
So I’m posting from my handle to let you know that tmmrw on my YouTube channel, mine kya? It’s ours! Song out tmrw on it, hope u can handle it. #PyaarKaronaOutTomorrow @SajidMusicKhan @wajidkhan7 @adityadevmusic @hussainthelal #stayhome #lockdown #newmusic #indiafightscorona pic.twitter.com/YkjValby68
— Salman Khan (@BeingSalmanKhan) April 19, 2020
