ଏହି ରୋଗ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପିଥିଲା । ଏହାପରଠାରୁ କ୍ରମାଗତ ଭାବେ ତାଙ୍କର ଟ୍ରିଟ୍ମେଣ୍ଟ ଚାଲିଛି । ପ୍ରତିଦିନ ସେ ଟ୍ରିଟ୍ମେଣ୍ଟ ପାଇଁ ହସ୍ପିଟାଲ ଯାଆନ୍ତି ବୋଲି ଅରୁଣ ସୁଦ୍ କହିଛନ୍ତି ।
ବ୍ଲଡ୍ କ୍ୟାନସରରେ ପୀଡିତ କିରଣ ଖେର୍

ନୂଆଦିଲ୍ଲୀ : ବ୍ଲଡ୍ କ୍ୟାନସରରେ ପୀଡିତ ବଲିଉଡ ଅଭିନେତ୍ରୀ ତଥା ସାଂସଦ କିରଣ ଖେର୍ । ମୁମ୍ବାଇରେ ତାଙ୍କର ଟ୍ରିଟ୍ମେଣ୍ଟ ଚାଲିଛି । ଗତ ବୁଧବାର ଦିନ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ଚଣ୍ଡିଗଡ ସଦସ୍ୟ ଅରୁଣ ସୁଦ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କିରଣ ଖେର୍ଙ୍କର ଗତବର୍ଷ ନଭେମ୍ବର ୧୧ରେ ହାତ ଭାଙ୍ଗିଥିଲା । ଯାହାପରେ ସେ ଚଣ୍ଡିଗଡରେ ତାଙ୍କର ଟ୍ରିଟ୍ମେଣ୍ଟ କରାଇଥିଲେ । ଟ୍ରିଟ୍ମେଣ୍ଟ ସମୟରେ ଜଣାପଡିଥିଲା ଯେ, ସେ ମଲ୍ଟିପଲ ମାଇଲୋମାରେ ପୀଡିତ ।
Download Argus News App
