ଏନେଇ ପୋଲିସ ପକ୍ଷରୁ ସଞ୍ଜୟଙ୍କୁ ସମନ କରାଯାଇଛି । ଶୀଘ୍ର ଥାନାରେ ହାଜର ହେବାକୁ କହିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ୟଶ ରାଜ ଫିଲ୍ମସ୍ର କାଷ୍ଟିଂ ଡିରେକ୍ଟର ଶାନୁ ଶର୍ମାଙ୍କୁ ମଧ୍ୟ ଦ୍ୱିତୀୟ ଥର ଜେରା କରିବ ପୋଲିସ । ପ୍ରଥମ ରାଉଣ୍ଡ ଜେରା ଜୁନ 28ରେ ହୋଇଥିଲା । ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ପଚରା ଉଚରା କରିଥିଲା ବୋଲି ମୁମ୍ବାଇ ପୋଲିସ କମିଶନର ସୂଚନା ଦେଇଥିଲେ । ଶାନୁ ଶର୍ମା ଫିଲ୍ମ ଶୁଦ୍ଧ ଦେଶୀ ରୋମାନ୍ସ ଓ ବ୍ୟେମକେଶ ବକ୍ସିରେ ସୁଶାନ୍ତଙ୍କ ସହ କାର୍ଯ୍ୟ କରିଥିଲେ ଯାହାକି ଆଦିତ୍ୟ ଚୋପ୍ରା ବ୍ୟାନରରେ ନିର୍ମିତ ହୋଇଥିଲା ।
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରଣାୱତ ଓ ପ୍ରଯୋଜକ ଶେଖର କପୁର ବିଭିନ୍ନ ଇଣ୍ଟରଭ୍ୟୁରେ ମତ ରଖୁଥିବାରୁ ତାଙ୍କୁ ମଧ୍ୟ ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି । କିଛି ବର୍ଷ ପୂର୍ବରୁ ଶେଖର ‘ପାନି’ ମୁଭି ପାଇଁ ସୁଶାନ୍ତଙ୍କୁ ସାଇନ୍ କରିଥିଲେ ଯାହାକି ପରବର୍ତ୍ତୀ ସମୟରେ ବନ୍ଦ ହୋଇଥିଲା ।
ପୂର୍ବରୁ ସୁଶାନ୍ତଙ୍କ ନିକଟତର ରେହା ଚକ୍ରବର୍ତ୍ତୀଙ୍କୁ ବାନ୍ଦ୍ରା ପୋଲିସ 10 ଘଣ୍ଟା ଜେରା କରିଥିଲା । ଏହାସହ ସୁଶାନ୍ତଙ୍କ ବ୍ୟବସାୟିକ ପାର୍ଟନର ଶ୍ରୁତି ମୋଦି ଓ ରାଧିକା ନିହାଲାନିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ସଞ୍ଜନା ସଙ୍ଘାଇ ଯିଏକ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ ବେଚାରାରେ ହିରୋଇନ୍ ଭୂମିକା ପ୍ଲେ କରିଥିଲେ ସେ ମଧ୍ୟ ଜୁନ 30ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ।