ତେବେ ବଚ୍ଚନ ପରିବାରରେ ପିତା ପୁତ୍ରଙ୍କ ବ୍ୟତୀତ ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ସଂକ୍ରମତ ହୋଇଛନ୍ତି। ତେବେ ଐଶ୍ଵର୍ଯ୍ୟା ଏବଂ ଆରାଧ୍ୟା ଏବେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି। ଏନେଇ ଟ୍ଵିଟ୍ କରି ଅଭିଷେକ ବଚ୍ଚନ ସୂଚନା ଦେଇଥିଲେ। ଅମିତାଭ ଗତ ସୋମବାର ତାଙ୍କ ପ୍ରଶଂସକ ତଥା ଶୁଭଚିନ୍ତକଙ୍କୁ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଅମିତାଭ ତାଙ୍କ ଟ୍ଵିଟରେ ଏକ କବିତା ଲେଖି ଆଭାର ବ୍ୟକ୍ତ କରିଛନ୍ତି।
ସୂଚନାନୁଯାୟୀ, ଅମିତାଭଙ୍କ ଘରେ କାମ କରୁଥିବା ୨୬ ଜଣ ଷ୍ଟାଫ୍ ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଇଛି। ସମସ୍ତ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।