`ସୀତା ରାମମ’ ମୁଭିରେ ମୁଁ ମୋ ଚରିତ୍ରକୁ ନେଇ ବହୁତ ଖୁସି। ଏହି ମୁଭିକୁ ଫ୍ୟାନ ମାନେ ଭଲ ରେସପନ୍ସ ଦେଇଛନ୍ତି। ଏବେ କିଛି ନିର୍ମାତା ଏହି ମୁଭି ଦେଖିସାରିଲା ପରେ ମୋ କାମକୁ ନେଇ ବିଶ୍ବାସ କରୁଛନ୍ତି କି ମୁଁ କରିପାରିବି। ଟେଲି ଅଭିନେତ୍ରୀରୁ ବଲିଉଡରେ ଏଣ୍ଟ୍ରି ମୋ ପାଇଁ କଷ୍ଟଦାୟକ ଥିଲା। କିନ୍ତୁ ମୁଁ ଆଜି ଯାହା ଅଛି କେବଳ ନିଜର କଠିନ ପରିଶ୍ରମ ପାଇଁ। ମୁଁ ମୋ ଫ୍ୟାନମାନଙ୍କ ପାଇଁ କାମ କରୁଛି। ଏବଂ ମୁଁ ଚେଷ୍ଟା କରିବି ମୋ ଅଭିନୟ ଦ୍ବାରା ସେମାନଙ୍କୁ ବାନ୍ଧିକି ରଖିବି। ସବୁବେଳେ ମୁଭିର ଷ୍ଟୋରୀ ଭଲ ହୋଇଥିବା ଦରକାର। ଏବଂ ମୁଁ ମୁଭିର କାହାଣୀ ପ୍ରଥମେ ଶୁଣିକି ନିଷ୍ପତ୍ତି ନିଏ।
କିନ୍ତୁ ନିଜର ଶତ ପ୍ରତିଶତ ଦେଲାପରେ ବି ବଲିଉଡ୍ରେ ଫିଲ୍ମ ମାଗିବାକୁ ପଡେ। ଏବଂ କହିବାକୁ ପଡ଼େ କି ସାର ପ୍ଲିଜ ମୋ କାମ ଉପରେ ବିଶ୍ବାସ ରଖି ମୋତେ ଏକ ଫିଲ୍ମ ଦିଅନ୍ତୁ। ବଲିଉଡ୍ରେ ନେପୋଟିଜିମ ତ ବହୁତ ଆଗରୁ ଅଛି। କିନ୍ତୁ କାମ କରିବାକୁ ହେଲେ ନିଜର ବେଷ୍ଟ ଦେବାକୁ ପଡ଼ିବ ଏବଂ ସଂଘର୍ଷ ଜାରି ରଖିବାକୁ ପଡ଼ିବ। ସଫଳତା ପାଇବାକୁ ହେଲେ ଭଲ ଅଭିନୟ ମଧ୍ୟ ଦେଖାଇବାକୁ ପଡ଼ିବ। ମୁଁ ସାଉଥ୍ର ଏହି ମୁଭି କରି ବହୁତ ଖୁସି ଅଛି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।